ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣା: ଭାଇଜାଗରୁ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ ଘଟଣାରେ ରିମାଣ୍ଡରେ ଆସିବେ ୨ ଅଭିଯୁକ୍ତ। ଭାଇଜାଗରୁ ୨ ଜଣଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଆଣୁଛି କମିଶନରେଟ୍‌ ପୋଲିସ। ଏଟିଏମ୍‌ ଲୁଟ୍‌ ଘଟଣାରେ ଅଧିକ ଖୋଲତାଡ ନେଇ ପଚରା ଉଚରା କରାଯିବ।

ଗତ ଅକ୍‌ଟୋବର ୯ ତାରିଖରେ ଏଟିଏମ୍‌ରୁ ୨୮ଲକ୍ଷ ଲୁଟି ନେଇ ଫେରାର ହୋଇଯାଇଥିଲେ ୨ ଅଭିଯୁକ୍ତ। ଗ୍ୟାସ କଟରରେ ଏଟିଏମ୍‌ କାଟି ଟଙ୍କା ନେଇ ଛୁ ମାରିଥିଲେ । ଏହାପରେ ସେମାନଙ୍କୁ ଧରିବା ପାଇଁ କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ ଜାରି ରଖିଥିଲା। ନଭେମ୍ବର ୬ ତାରିଖରେ କମିଶନରେଟ୍‌ ପୋଲିସ ହାତରେ ଧରାପଡିଲା ATM ଲୁଟେରା ଗ୍ୟାଙ୍ଗ । ଭାଇଜାଗ୍‌ରୁ ଗିରଫ ହୋଇଥିଲେ ଦୁଇ ଆନ୍ତଃରାଜ୍ୟ ATM ଲୁଟେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.