ଜଳେଶ୍ୱରରେ ଏକ ଗେଷ୍ଟହାଉସରେ ୨ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ

ପୁଣି ଲଜ୍ଜା। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଥିବା ସୁଭଦ୍ରା ଗେଷ୍ଟ ହାଉସ୍ରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍ମର୍ମ ଅଭିଯୋଗ । ଗତକାଲି ରାତିରେ ଦୁଇ ଜଣ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଯୁବତୀମାନେ ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ତିନ ଜଣ ଯୁବକ ଯୁବତୀଙ୍କୁ ନିଉ ଦୀଘା ଅଞ୍ଚଳରୁ ଜୋରଜବରଦସ୍ତ ଉଠାଇ ଆଣି ଦୁଷ୍କର୍ମ କରିଛନ୍ତି । ଯୁବତୀମାନେ କାନ୍ଦୁଥିବା ଦେଖି ମେରାଇନ୍ ଥାନା ପୋଲିସ ଓ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିଲେ । ଗେଷ୍ଟ ହାଉସ୍ ସମସ୍ତ କର୍ମଚାରୀ ଓ ମାଲିକ ଫେରାର ଅଛନ୍ତି । ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ହାୱଡା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଡାଇମଣ୍ଡ ହାରବର ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.