କବିସୂର୍ଯ୍ୟନଗର ସହର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ୨ ଯୁବକ ମୃତ

ଭଞ୍ଜନଗର(କେନ୍ଯୁଜ୍): ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇଟି ଜୀବନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକମାନେ ସ୍ଥାନୀୟ ଶିଖରପୁର ସାହିର ବୋଲି ଜଣାପଡିଛି ।

ଘଟଣାସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଆଜି ସକାଳୁ ୨ ଯୁବକ ଚା’ ପିଇବା ପାଇଁ ନିକଟସ୍ଥ ବଜାରକୁ ବାଇକ୍‌ରେ ଆସିଥିଲେ । ସେଠାରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.