ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ମୃତ ୪ ଗୁରୁତର
ନୂଆପଡା : ନୂଆପଡା ଜିଲ୍ଲା ୩୫୩ ଜାତୀୟରାଜପଥର ଲୁକୁପାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୨ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଅଛନ୍ତି ।
ଆହତମାନଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ନୂଆପଡା ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ବେଳେ ମୃତକ ଓ ଆହତ ମାନଙ୍କର ଏଯାଏ ପରିଚୟ ମିଳି ପାରିନାହିଁ ।ନୂଆପଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।