କାଳ ହେଲା ବେପରୁଆ ଗାଡି ଚାଳନା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ
ସମ୍ବଲପୁର: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଚାଲିଗଲା ଦୁଇଜଣଙ୍କ ଜୀବନ। ସମ୍ବଲପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀ ଡୁଙ୍ଗରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ବରଗଡ଼ ଜିଲ୍ଲା ଅତାବିରା ରୁଝେନମାଲ ଗାଁର ଆନନ୍ଦ ଏକ୍ସ ଓ ସମରା ଲୁଗୁନ ।
ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଫେରିବା ସମୟରେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭିମସାର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭିମସାର ଫାଣ୍ଡି ପୋଲିସ ମୃତଦେହ ଜବତ କରି ରଖିଛି । ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି l ବେପରୁଆ ଓ ଦ୍ରୁତଗତିରେ ବାଇକ୍ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି ।