ଯାଜପୁର କୃଷି ମେଳା ପଡିଆ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା, ୫ଜଣ ଗୁରୁତର

ଯାଜପୁର ଟାଉନ୍(କେନ୍ୟୁଜ୍): ଯାଜପୁର ଥାନା ରଙ୍ଗପୁର କୃଷି ମେଳା ପଡିଆ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ୫ଜଣ ଗୁରୁତର । ସୂଚନା ଅନୁଯାୟୀ ଗତକାଲି ରାତିରେ ରଙ୍ଗପୁର ନିକଟରେ ଦୁଇଟି ବାଇକ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ସମସ୍ତେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନନ୍ତର କରାଯାଇଛି। ମଧ୍ଯରୁ ଦେଉଡିଆନନ୍ଦପୁରର ତିନିଜଣ ଗୋଟିଏ ବାଇକରେ ଥିବାବେଳେ ଅନ୍ୟ ଏକ ବାଇକରେ ଢି଼ଅକୁଳା ଅଞ୍ଚଳର ଦୁଇ ଜଣ ଥିବା ଜଣାପଡିଛି। ଯାଜପୁର ପୋଲିସ୍ ଘଟଣାସ୍ଥାନରେ ପହଞ୍ଚି ବାଇକ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.