ମହାନଦୀ ମୁହାଣରେ ଫସିଲା ଦୁଇଟି ବୋଟ୍, ମଝି ସମୁଦ୍ରରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ପାରାଦୀପ: ମହାନଦୀ ମୁହାଣ ମୁହଁରେ ଫସିଲା ଦୁଇଟି ବୋଟ । ଯେଉଁଥିରେ ରହିଛନ୍ତି ୧୪ ଜଣ ମତ୍ସ୍ୟଜୀବୀ ।  ସମସ୍ତଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ୍‌ ପୋଲିସର ଉଦ୍ୟମ ଜାରି ରହିଛି ।

ସୂଚନା ଅନୁସାରେ ଧର୍ମଶାକା-୨ ଓ ଧର୍ମଶାଖା-୩ ନାମକ ଦୁଇଟି ବୋଟ୍ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲା । ମାଛ ଧରିବା ସମୟରେ ହଠାତ୍‌ ଧର୍ମଶାଖା-୨ ନାମକ ବୋଟ୍‌ଟି ଖରାପ ହୋଇଯାଇଥିଲା । ଆଉ ତାକୁ ଧର୍ମଶାଖା-୩ ନାମକ ବୋଟ୍‌ଟି ଟାଣି ଆଣୁଥିଲା । ଏହି ସମୟରେ ହଠାତ୍‌ ଧର୍ମଶାଖା-୩ ବୋଟ୍‌ର ରଶି ଛିଡିଯାଇଥିଲା  । ଅନ୍ୟ ଡଙ୍ଗା ସାହାଯ୍ୟରେ ଫସିଥିବା ଡଙ୍ଗାକୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।  ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ପାଗ ଖରାପ ରହିଥିବାରୁ ବି ମୁହାଣ ମଧ୍ୟ ଅଶାନ୍ତ ରହିଛି । ଫଳରେ ୧୪ ଜଣ ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି । ଦୁଇଟି ଡଙ୍ଗାର ଇଞ୍ଜିନ୍ ଅଚଳ ହୋଇଯାଇଥିବାରୁ ଅସହାୟ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like