ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ଟ୍ରଲର, ବୋଟ ଦୁଇଟି ପଶ୍ଚିମବଙ୍ଗର ସୂଚନା

ଭଦ୍ରକ : ବାତ୍ୟା ପାଇଁ ଧାମରା ମୁହାଣରେ ଫସିଲା ପଞ୍ଚିମବଙ୍ଗର ଦୁଇଟି ବୋଟ । ବୋଟରେ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ଯୋଗୁ ମନ୍ତେଇ ନଦୀରେ ବୋଟକୁ ଲଙ୍ଗର ପକାଇ ରଖାଯାଇଥିଲା । ବାତ୍ୟାର ପ୍ରକୋପ କମିବା ପରେ ଗୋଟେ ବୋଟକୁ ଅନ୍ୟ ଏକ ବୋଟ ଟାଣି ଟାଣି ନେଉଥିବା ବେଳେ ସମୁଦ୍ରର ପ୍ରଖର ସ୍ରୋତରେ ପଶିଯାଇଛି ବୋଟ । ଟ୍ରଲର ଭିତରେ ଲୋକ ଅଛନ୍ତି କି ନାହିଁ କିମ୍ବା କେତେ ଲୋକ ଅଛନ୍ତି ତାହା ଜଣାପଡ଼ିନଥିବା କହିଛନ୍ତି ସହକାରୀ ମତ୍ସ୍ୟ ଅଧିକାରୀ ।

ସୂଚନା ଯୋଗ୍ୟ ୨୨ତାରିଖରେ ବୈତରଣୀ ମୁହାଣରେ ବୁଡ଼ିଯାଇଥିଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିଲେ । ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍‌ଟି ଉପରକୁ ଉଠି ପାରି ନ ଥିଲା । ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା । ଖବର ପାଇ ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍‌ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

You might also like