ବଜ୍ରପାତ ନେଲା ଦୁଇ ଭାଇଙ୍କ ଜୀବନ, ବିଲରେ କାମ କରିବାକୁ ଯାଇଥିବା ବେଳେ ଘଟିଲା ଏଭଳି ଅଘଟଣ
ଯାଜପୁର ଟାଉନ (କେନ୍ୟୁଜ): ବଜ୍ରପାତ ନେଲା ଦୁଇ ଭାଇଙ୍କ ଜୀବନ । ବିଲରେ କାମ କରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ । ମୃତକ ହେଲେ ଯାଜପୁର ଜିଲା ପଣସା ପଂଚାୟତ ବେହେରାପାଟଣା ଗାଁର ସରୋଜ ବେହେରା ଓ ମନୋଜ ବେହେରା । ଉଭୟ ବିଲକୁ କାମ କରିବାକୁ ଅପରାହ୍ନରେ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ପଂଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ଖୋଜାଖୋଜି କରିବାକୁ ଯାଇ ଉଭୟଙ୍କ ଶବକୁ ଧାନବିଲରୁ ଉଦ୍ଧାର କରିଥିଲେ । ଆଜି ଉଭୟଙ୍କ ଶବକୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।