ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ

ପିପିଲି(କେ ନ୍ୟୁଜ): ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧନକେରା ପଞ୍ଚାୟତ ନାଗଣ ଗ୍ରାମରେ ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ବୁଡିଯାଇ ଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁ ଭବନକୁ

ନିଆଯାଇଥିଲା ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ମୃତଦେହ କ୍ଯାପିଟାଲ ହସ୍ପିଟାଲରେ ପଡ଼ି ରହିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.