ଆଗ ପଛ ହୋଇ ଚାଲିଗଲେ: ବଡ଼ଭାଇର ମୃତ୍ୟ ଖବର ଶୁଣି ବିଷ ପିଇଦେଇଥିବା ସାନଭାଇର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣାଗଡ(କେନ୍ୟୁଜ୍): ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମାରଖୁନ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଡଭାଇର ମୃତ୍ୟୁ ଖବର ପାଇ ବିଷ ପିଇ ଦେଇଥିଲେ ସାନଭାଇ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଡାକ୍ତର ଖାନରେ ଭର୍ତ୍ତି କରାଯାଇଥିବାବେଳେ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ସମୟରେ କୁମାରଖୁନ ଗାଁ ର ଦୀପକ ପୁଟେଲ,ଚନ୍ଦନ ଦହିତା, ଅରକ୍ଷିତ ପୁଟେଲ ଓ ରମେଶ ପୁଟେଲ ମାଲପଡା ସ୍ଥିତ ଗଞ୍ଜାଧର ପ୍ରଜେକ୍ଟର ମୁଖ୍ୟ କେନାଲକୁ ମାଛମାରିବା ପାଇଁ ଯାଇଥିଲେ। ଦୀପକ ପୁଟେଲ ମୁଖ୍ୟ କେନାଲର ଭିତରକୁ ପଶିଥିବା ବେଳେ କିଛି ସମୟ ପର୍ଯ୍ୟନ୍ତ ବାହାରି ନଥିଲେ। କିଛି ସମୟ ପରେ ତାଙ୍କର ମୃତଦେହ ପାଣିରେ ଭାସିଥିଲା । ମୃତଦେହକୁ ଦେଖି ଅନ୍ୟ ସାଥି ମାନେ ତାଙ୍କ ଘରକୁ ଖବର ଦେଇଥିଲେ। ତେବେ ଦୀପକଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ସାନଭାଇ ବିଶ୍ୱଜିତ ପୁଟେଲ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

 

Leave A Reply

Your email address will not be published.