ଗଣେଶ ଭସାଣୀ ସମୟରେ ବୁଡ଼ିଗଲେ ଦୁଇ ଭାଇ

ବାଲେଶ୍ଵର : ଗଣେଶ ପୂଜା ଭସାଣୀ ସମୟରେ ଘଟିଲା ଅଘଟଣ । ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ କୁଳି ଗାଁ ରେ  । ଏହି ଘଟଣାରେ ଦୁଇ ଭାଇ ବୁଡ଼ି ଯାଇଛନ୍ତି  ।  ପୋଖରୀରେ ବୁଡ଼ି ଯାଇ ସାନ ଭାଇଙ୍କର ଜୀବନ ଚାଲି ଯାଇଛି  । ବଡ଼ ଭାଇ ଗୁରୁତର ଅଛନ୍ତି  । ପ୍ରୋସେସନ କରି ଗ୍ରାମର କିଛି ଯୁବକ ଗଣେଶ ମୂର୍ତ୍ତିକୁ ଗାଁରେ ଥିବା ପୋଖରୀ କୂଳକୁ ନେଇଥିଲେ ।  ବିସର୍ଜନ ଦେଖିବାକୁ ପ୍ରବଳ ଭିଡ ଜମିଥିଲା ।  ପ୍ରତ୍ୟୁଷ ମଧ୍ୟ ନିଜ ସାନ ଭାଇ ସତ୍ୟଜିତଙ୍କ ସହ ବିସର୍ଜନ ଦେଖିବାକୁ ଯାଇଥିଲେ ।

ଏହି ସମୟରେ ଅସାବଧାନତାବଶତଃ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ ।  ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ।  ସେଠାରେ ଡାକ୍ତର ପ୍ରତ୍ୟୁଷଙ୍କୁ ମୃତ ଘୋଷଣା କରିଥିଲେ ।  ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ ।  ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like