ମାମୁଁଙ୍କ ସହ ଭେଣ୍ଡି ତୋଳିବାକୁ ଯାଇଥିବାବେଳେ ଅଘଟଣ: କୂଅରେ ପଡି ଗଲା ୨ ଭାଇଙ୍କ ଜୀବନ

ସମ୍ବଲପୁର(କେନ୍ଯୁଜ୍) : କୂଅରେ ପଡି ଗଲା ୨ ଜୀବନ। ସମ୍ବଲପୁର ଯୁଜୁମରା ଥାନା ଅନ୍ତର୍ଗତ ଗବର୍ଦ୍ଧନ ବଡମାଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମାମୁଁଙ୍କ ସହ ଭେଣ୍ଡି ତୋଳିବାକୁ ଯାଇ ଖେଳୁ ଖେଳୁ କୂଅରେ ପଡି ଯାଇଥିଲେ ୨ ଭାଇ।

ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.