ବାପା ମାଆଙ୍କ ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଇ

ମହାକାଳପଡା (କେନ୍ୟୁଜ) : ଦୁଇ ଭାଇ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି। ୟା ଦୁଆର ତା ଦୁଆର ହୋଇ ଖାଇବାକୁ ଗଣ୍ଡେ ଚାଉଳ ମାଗି ଆଣୁଛନ୍ତି। ଆପଣ ଭାବୁଥିବେ ଏ ପିଲା ଦୁଇଜଣ ଏମିତି ଭିକ କାହିଁକି ମାଗୁଛନ୍ତି? ଏହାର କାରଣ ପରିସ୍ଥିତି ତାଙ୍କୁ ଆଜି ଭିକାରୀ ସଜାଇଦେଇଛି। ଘରେ ତାଙ୍କର ରୋଗିଣା ବାପା ମାଆ। ଚାଉଳ ଗଣ୍ଡେ ମାଗିନେଲେ ପେଟକୁ ତାଙ୍କର ଦାନା ମୁଠାଏ ଯିବ। ଏମିତି ଅଭବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖରିନାସୀ ଗାଁରେ।

ଗାଁର ସୁବାସ ମଣ୍ଡଳ, ବୟସ ୫୫ ବର୍ଷ। ଆଜକୁ ପ୍ରାୟ ୬-୭ ବର୍ଷ ହେବ ସ୍ନାୟୁ ରୋଗରେ ଆକ୍ରାନ୍ତ ହୋଇ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଏପଟେ ସ୍ତ୍ରୀ ସରୋଜିନୀ ବି ପ୍ରାୟ ଦୁଇ ବର୍ଷ ହେଲାଣି ମାରାତ୍ମକ କ୍ୟାନ୍ସର ରୋଗରେ ପୀଡିତ। ଚିକିତ୍ସା ପାଇଁ ଘରେ ଯାହା କିଛି ଥିଲା ବିକ୍ରି କରିଦେଲେ। କିନ୍ତୁ ଆହୁରି ଟଙ୍କାର ଆବଶ୍ୟକତା ପଡିଲା। ସେଥିପାଇଁ ଛୋଟ ବୟସରେ ବି ଦୁଇ ପୁଅ ମୂଲ ମଜୁରୀ କାମ କରି ବାପା ମାଆଙ୍କୁ ଚିକିତ୍ସା କରିବାକୁ ଚାହିଁଲେ କିନ୍ତୁ କୌଣସି ସୁଫଳ ମିଳିଲାନାହିଁ। ଡାକ୍ତର କହିଦେଲେ ମାଆ ସରୋଜିନୀ ଆଉ ବେଶୀଦିନ ବଞ୍ଚିବେନାହିଁ। ଏହି କଥା ଶୁଣି ଯେମିତି ଦୁଇ ଭାଇଙ୍କ ପାଦତଳୁ ମାଟି ଖସିଗଲା। ବାପା ଘର ବାରଣ୍ଡାରେ ପଡି ପ୍ରତିମୁହୂର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପଟେ ମାଆ ବି ଭଲଭାବେ କଥା କହିପାରୁନାହାଁନ୍ତି ଛାତିରେ ଯନ୍ତ୍ରଣା ହେଉଛି। ଏଭଳି ସ୍ଥିତିରେ ଦୁଇ ଭାଇ ଅନ୍ୟ କିଛି ବାଟ ନପାଇ ବାପା ମାଆଙ୍କୁ ଦୁଇ ମୁଠା ଦାନା ଯୋଗାଇବା ପାଇଁ ଗାଁର ୟା ଦୁଆର ରୁ ସେ ଦୁଆର ହୋଇ ଭିକ ମାଗୁଛନ୍ତି। ମଝିରେ ମଝିରେ ଗାମଛାରେ ଆଖିରୁ ଝରି ପଡୁଥିବା ଲୁହକୁ ବି ପୋଛି ପକାଉଛନ୍ତି। ବାପା ମାଆଙ୍କ ଚିକିତ୍ସା ପାଇଁ ନିଜର ସବୁ ସମ୍ବଳ ହରାଇଥିବା ବେଳେ ଅର୍ଥାଭାବ ପାଇଁ ଏଭଳି ପରିସ୍ଥିତିରେ ଦୁଇ ଭାଇଙ୍କ ପାଠପଢାରେ ମଧ୍ୟ ଡୋରୀ ଲାଗିଯାଇଛି। ଏବେ ପରିସ୍ଥିତି ଏଭଳି ହୋଇଛି ଯେ ଦୁଇଓଳି ଦୁଇମୁଠା ଖାଇ ବଁଚିବା କଷ୍ଟକର ହୋଇପଡିଲାଣି ଏହି ପରିବାର ପକ୍ଷେ ।

ବାପା ମାଆଙ୍କୁ ବଞ୍ଚାଇ ରଖିବା ପାଇଁ ଏହି ଦୁଇ ଭାଇ ଭିକ ମାଗୁଥିବା ବେଳେ ଯିଏ ଯାହା ପାରୁଛନ୍ତି ସାହାଯ୍ୟ କରୁଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି ସାହିପଡିଶା ଓ ଗ୍ରାମବାସୀ ମଧ୍ୟ ସରକାରଙ୍କ ସହ କେହି ବଦାନ୍ଯ ବ୍ଯକ୍ତି ସାହାର୍ଯ୍ଯ କରିବାକୁ ଅନୁରୋଧ କରିଛନ୍ତି । ନିଜେ ମାଆ ସରୋଜିନୀଙ୍କ ସହ ୨ ଭାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଇଁ ଆକୂଳ ନିବେଦନ କରିଛନ୍ତି । ଏମିତି ଅସମୟରେ ନିଜ ବାପା ମାଆଙ୍କୁ ହରାଇବାକୁ ଚାହୁଁନାହାଁନ୍ତି ଏମାନେ। ଅର୍ଥାଭାବ ଯୋଗୁଁ ରୋଗିଣା ବାପା ମାଙ୍କୁ ଡାକ୍ତର ପରାମର୍ଶ କରି ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ଦୁଇ ଭାଇ ଘର ଘର ବୁଲି ଭିକ ମାଗୁଛନ୍ତି। କୋହଭରା କଣ୍ଠରେ ବାପା ମାଆଙ୍କୁ ଭଲ କରିଦେବାକୁ ଆକୁଳ ନିବେଦନ କରିଛନ୍ତି ଏମାନେ। ସୁବାସଙ୍କୁୁ ଗ୍ରାମବାସୀମାନେ ଚିକିତ୍ସା ପାଇଁ ସାହାଯ୍ୟ କରିଥିଲେ ବି ଅର୍ଥ ଯୋଗାଡ ହୋଇପାରୁନି। ତେଣୁ ଏହି ଗରିବ ଅସହୟା ପରିବାରକୁ ଯଦି ଆପଣ କିଛି ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରିପାରିବେ।

ନାମ : ହରେକୃଷ୍ନ ମଣ୍ଡଳ ,SBI AC -NO 34649351960 , IFSC CODE SBINOOO9951 ଶାଖା ରାମନଗର

ଯୋଗାଯୋଗ – ହରେକୃଷ୍ନ ମଣ୍ଡଳ ,ବାପା -ସୁବାସ ମଣ୍ଡଳ ,ଗ୍ରାମ -ଖରିନାସୀ ,ମହାକାଳପଡା ,ଜି- କେନ୍ଦ୍ରାପଡା ,ମୋବାଇଲ୍‌ ନମ୍ବର – 7205173594 ରେ ଯୋଗାଯୋଗ କରିପାରିବେ ।

ନିଜ ବାପା ମାଆଙ୍କ ରୋଗ ଭଲ ହେବା ପାଇଁ ଦୁଇ ଭାଇଙ୍କ ଏଭଳି ଆକୁଳ ନିବେଦନ ପାଇଁ ଯଦି ପ୍ରସାଶନ କିମ୍ବା କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାନ୍ତି ତାହେଲେ ହୁଏତ ଏହି ପରିବାର ମରଣ ମୁହଁରୁ ଫେରିଆସିବେ। ନଚେତ ଅକାଳରେ ଗୋଟେ ପରିବାର ଉଜୁଡିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.