ଦୁଇ କୁନି ପିଲାଙ୍କ ମୁଣ୍ଡରେ ପରିବାରର ବୋଝ: ପେଟକୁ ଦାନା ଓ ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ ହାଟରେ ବିକୁଛନ୍ତି ପରିବା

ଆଳି: ଆଖିରେ ଆଖିଏ ସ୍ୱପ୍ନ, ମନରେ କିନ୍ତୁ ଦୁଃଖ ଆଉ ଯନ୍ତ୍ରଣାର ବୋଝ। ଯେଉଁ ବୟସ ଖେଳ କୁଦରେ କାଟିବା କଥା ସେହି ବୟସ କାଟୁଛି ପରିବା ହାଟ ଆଉ ଚୁଲି ମୁଣ୍ଡ ଧୂଳି ଧୂଆଁରେ। ଯେଉଁ ସମୟରେ ପାଠ ପଢିବା କଥା ସେହି ସମୟ କଟୁଛି ପରିବାରର ଭରଣ ପୋଷଣରେ। କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗାଁର ମା ଛେଉଣ୍ଡ ପୁଅ ରୁଦ୍ର ଓ ଋଷିକାନ୍ତ। ରୁଦ୍ରର ବୟସ ୧୨ବର୍ଷ ହୋଇଥିବା ବେଳେ ଋଷିକାନ୍ତର ବୟସ ମାତ୍ର ୧୪ବର୍ଷ।

ଏହି କଅଁଳ ବୟସରେ ଦୁଇ ଭାଇ ପରିବାର ପ୍ରତିପୋଷଣ ଓ ବାପାଙ୍କ ଔଷଧ ଖର୍ଚ୍ଚ ପାଇଁ ମାର୍କେଟରେ ପରିବା ବିକିବା, ଘରର ରୋଷେଇ କରିବା, ଘରେ ଝାଡୁ ମାରିବା, ଲୁଗାପଟା ସଫା କରିବା ଆଦି ସବୁ କିଛି କରିଥାନ୍ତି ଏମାନେ। ଗୋଟେ ପଟେ ପରିବାର ଚଳାଇବା ର ବୋଝ ଅନ୍ୟପଟେ ବାପାଙ୍କ ସେବା ଏହାରି ଭିତରେ କେତେ ଯେ ସମୟ ବିତିଯାଏ ତାହା ଜାଣିବା ଏହି ଦୁଇ ଭାଇଙ୍କ ପାଇଁ ମୁସ୍କିଲ ହୋଇପଡିଛି।

two brotherରୁଦ୍ର ଓ ଋଷିକାନ୍ତର ବାପା ପ୍ରମୋଦ ମଳିକ ଦୀର୍ଘ ୪ବର୍ଷ ତଳେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ଦୁର୍ଘଟଣା ଫଳରେ ଗୋଟେ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଅକାମି ହୋଇପଡିଛି। ବିନା ସହାରାରେ ବିଛଣାରୁ ଉଠିବା ତାଙ୍କ ପାଇଁ ଅସମ୍ଭବ। ଅପରେସନ କରାଗଲେ ସେ ସୁସ୍ଥ ହୋଇ ସାଧାରଣ ମଣିଷ ପରି ଜୀବନ ଯାପନ କରିପାରିବେ ବୋଲି ଡାକ୍ତର କହୁଛନ୍ତି। ଦାରିଦ୍ର୍ୟତା ଭିତରେ ଦିଓଳି ଦାନା ଯୋଗାଡ଼ କରିବା ତ ଦୂରର କଥା ବାପାର ଅପରେସନ କରିବେ ବା କେମିତି। ଆଉ ଏହି ଝାଟି ମାଟି ଭଙ୍ଗା ଘରକୁ ଦେଖିଲେ ଯେମିତି ଲାଗୁଛି ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଏପରିବାରର ଦୁର୍ଦଶା ଦେଖିଲେ ପ୍ରଶ୍ନ ଉଠୁଛି କାହା ପାଇଁ ଏ ସରକାର, ଆଉ କାହା ପାଇଁ ଏ ବ୍ୟବସ୍ଥା ?

PROMOD MALLICK

PHONE NO _+916371765059

ALLAHABAD BANK ACCOUNT NO_50343406482

IFSC_ALLA0211228

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.