ବିବାହ ପରେ ସରିଲା ଭଉଣୀର ବିଦାୟୀ, ବର ଗାଡି ପଛେ ପଛେ ଯାଉଥିବାବେଳେ ୨ ଭାଇ ଦୁର୍ଘଟଣାରେ ଗୁରୁତର

ଟାଙ୍ଗୀ(କେନ୍ୟୁଜ): ଭଉଣୀର ବିବାହ ପରେ ବିଦା ବେଳେ ଅଘଟଣ । କାର୍ ଦୁର୍ଘଟଣାରେ ୨ ଭାଇ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ଛକ ନିକଟରେ । କାରଟି ଜାତୀୟ ରାଜପଥରୁ ଭାରସାମ୍ୟ ହରାଇ ବିଲ ଗହୀର ମଧ୍ୟକୁ ଛିଟିକି ପଡିଥିଲା। କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଝିଅର ଦୁଇ ଭାଇ ଗୁରୁତର ହୋଇଛନ୍ତି ।

ଗୁରୁତର ଦୁଇ ଭାଇ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ ଗ୍ରାମର ଭାଗିରଥୀ ପ୍ରଧାନ ଓ ତାଙ୍କ ଭାଇ ଅଶୋକ ପ୍ରଧାନ । ଗତକାଲି ଭାଗିରଥି ପ୍ରଧାନଙ୍କ ଭଉଣୀଙ୍କ ବାହାଘର ଚଂପାଗଡ ଗ୍ରାମରେ ଚାଲିଥିଲା । ବାହାଘର ଶେଷ ହେବା ପରେ ଭଉଣୀକୁ ବିଦାୟୀ ଦେବା ପାଇଁ ୨ ଭାଇ ଗୋଟିଏ କାର୍ ରେ ଖୋର୍ଦ୍ଧା ଗୁରୁଜଙ୍ଗ ଦ୍ୱାରିକା ନଗର ଯାଉଥିଲେ । ଖୁସିରେ ବର ପଛ ପଛେ ୨ ଭାଇ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ୨ ଭାଇ ଗୁରୁତର ହୋଇ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି । ଫଳରେ ହସ ଖୁସିରେ ପଡିଛି ଭଟା । ଦୁର୍ଘଟଣାରେ ୨ ଭାଇ ଗୁରୁତର ହେବା ଯୋଗୁଁ ପରିବାରରେ ପଡି ଯାଇଛି ଶୋକର ଛାୟା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.