ଗଞ୍ଜାମ ଶୋରଳ ଜଙ୍କସନ୍ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ୪ ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଶୋରଳ ଜଙ୍କସନ୍ ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି । ମାଲକାନଗିରିରୁ ଭୁବନେଶ୍ୱର ଯାଉଥିବା ଏକ ବସ୍ ସହ ଘଟଗାଁରୁ ଚିକିଟି ଫେରୁଥିବା ବସ୍ ସହ ଧକ୍କା ହୋଇଥିଲା । ଫଳରେ ଉଭୟ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଚାଲିଯାଇଥିଲା । ଏଥିରେ ଉଭୟ ବସ୍ର ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଏକ ବସ୍ରେ ଭୁବନେଶ୍ୱର ପଠାଇଛି ।