ଟ୍ରାଫିକ ଚେକିଂ : ଫିଟନେସ୍‌ ଏବଂ ରୋଡ଼ ପରମିଟ୍‌ ନଥିବାରୁ ଭୁବନେଶ୍ୱର ନୟାପଲ୍ଲୀରେ ୨ଟି ଘରୋଇ କଲେଜ ବସ୍‌ ସିଜ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିଛି ଜୋରଦାର ଟ୍ରାଫିକ ଚେକିଂ। ଫିଟନେସ୍‌ ଏବଂ ରୋଡ଼ ପରମିଟ୍‌ ନଥିବାରୁ ଭୁବନେଶ୍ୱର ନୟାପଲ୍ଲୀରେ ୨ଟି ଘରୋଇ କଲେଜ ବସ୍‌ ସିଜ୍‌ କରିଛି ପରିବହନ ବିଭାଗ। ଦୁଇଟି ବସ୍‌ ଉପରେ ୫୧ହଜାର ଟଙ୍କାର ଫାଇନ୍‌ କରାଯାଇଛି। ବାରମ୍ବାର ମହଲତ ପରେ ବି ସୁଧୁରୁନାହାଁନ୍ତି ଲୋକେ। ରଙ୍ଗ ସାଇଡ୍‌ ଗାଡି ଚାଳନା, ଗୋଟିଏ ବାଇକ୍‌ରେ ୩ଜଣ ଯିବା ଓ ମୋବାଇଲରେ କଥା ହୋଇ ଗାଡି ଚଲାଉଥିବା ଚାଳକଙ୍କ ଉପରେ କଡା ନଜର ରଖାଯାଇଛି। ମାଉସୀ ମାଆ ଛକ, ରାଜଭବନ, ରାମମନ୍ଦିର ଛକ ଓ କଳ୍ପନାରେ ଚାଲିଛି ଜୋରଦାର ଚେକିଂ। ଗତକାଲି ଗୋଟିଏ ଦିନରେ ରାଜ୍ୟରେ କଟିଛି ୧୬୫୦ଟି ଚାଲାଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.