ଦୁଇ କାର ମୁହାଁ ମୁହିଁ ଧକ୍କା, ଜଣେ ମୃତ

ସାଲେପୁର : ଆଜି ଅପରାହ୍ନ ସମୟରେ କଟକ ସାଲେପୁରର ନାଳିଆମୁହଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ।  କଟକ ସାଲେପୁର ରାସ୍ତାର  ନାଳିଆମୁଁହ ଛକ ନିକଟରେ  ଦୁଇ କାର ମୁହାମୁହି ଧକ୍କା  ହେବା ଫଳରେ ତିନି ଜଣଙ୍କ ମଧ୍ୟରୁ ଦୁଇ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ  ହୋଇଥିବା ଜଣାଯାଇଛି ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ନାନପୁରର ଶ୍ରୀକାନ୍ତ ସେଠୀ ଏବଂ ତାଙ୍କ ମା’ ସରସ୍ଵତୀ ସେଠୀ କଟକ ମେଡିକାଲରୁ କେନ୍ଦ୍ରାପଡ଼ା ଅଭିମୁଖେ ଏକ କାର ଯୋଗେ ଯାଉଥିବା ବେଳେ  କେନ୍ଦ୍ରାପଡ଼ାରୁ କଟକ ଆଡ଼କୁ ଦୃତ ଗତିରେ ଯାଉଥିବା ଅନ୍ୟ ଏକ କାର ନାଲିଆମୁହଁ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଗୁରୁତରମାନଙ୍କୁ ପ୍ରଥମେ ସାଲେପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଥିମଧ୍ୟରୁ ଜଣକ ମୃତ୍ୟୁ ହୋଇ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । କେନ୍ଦ୍ରାପଡ଼ାର ଦୁଇ ଗୁରୁତରଙ୍କୁ ଅଧିକା ଚିକିତ୍ସା ନିମନ୍ତେ  କଟକ ସ୍ଥାନାନ୍ତର କରା ଯାଇଥିବା ବେଳେ  ଅନ୍ୟ କାରରେ ଥିବା  ମୃତକଙ୍କ କୌଣସି ପରିଚୟ ମିଳିପାରିନାହିଁ ।  ଶବ ବ୍ୟବଚ୍ଛେଦ ବ୍ୟବସ୍ଥା କରାଯାଇଥିବା ବେଳେ ଘଟଣା ସ୍ଥଳରେ  ପୋଲିସ  ପହଞ୍ଚି ତଦନ୍ତ କରୁଛି ।