ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ

ଭୁବନେଶ୍ଵର: କେବେ ହଟିବ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ର ପରଦା । ଘଟଣାକୁ ବିତିଲାନି ୧୬ ଦିନ ବିତି ଯାଇଥିଲେ ବି ଖାଲି ରହିଛି ପୋଲିସ ର ହାତ । ସେପଟେ ଆଦିତ୍ୟ ଦାସଙ୍କୁ ନେଇ ଦୁଇଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଆଦିତ୍ୟ ଏକୁଟିଆ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଲା ସିସିଟିଭି ଫୁଟେଜ ରେ ଆଦିତ୍ୟ ଡ୍ରେସ ପିନ୍ଧିଥିଲେ, ହେଲେ ଘଟଣା ସ୍ଥଳରୁ ଏକ ଲୁଙ୍ଗି ଜବତ ହୋଇଥିଲା । ଯାହାକୁ ନେଇ ଉଠିଛି ପ୍ରଶ୍ନ । ସାମ୍ନାକୁ ଆସିଥିବା ଦୁଇ ଭିଡିଓ ମଧ୍ୟରୁ ଗୋଟିଏ ଭିଡ଼ିଓ ଜୁଲାଇ ୬ ତାରିଖ ସନ୍ଧ୍ୟା ୭ଟା ୪୮ ମିନିଟ ସମୟର । ଆଉ ଅନ୍ୟଟି ସନ୍ଧ୍ୟା ୭ ଟା ୦୫ ମିନିଟର । ଦୁଇଟି ଯାକ ସିସିଟିଭି ଫୁଟେଜ ରେ ଆଦିତ୍ୟ ସାଙ୍ଗରେ କିଛି ନେଇ ନଥିବା ଦେଖିବାକୁ ମିଳିଛି । କିନ୍ତୁ ଘଟଣା ସ୍ଥଳରୁ ଅର୍ଥାତ ଅଦିତ୍ୟଙ୍କ ଦେହ ଉପରେ ଏକ ଲୁଙ୍ଗି ଥିବାର ଦେଖି ବାକୁ ମିଳିଛି । ତେବେ ଏହି ଲୁଙ୍ଗି କାହାର ଓ କେମିତି ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ସେପଟେ ଏହି ଘଟଣାର ସଠିକ ତଦନ୍ତ ପାଇଁ କମିଶନରେଟ ପୋଲିସକୁ ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।ଜିଆରପି ଓ କମିଶନରେଟ ପୋଲିସ ମିଳିତ ତଦନ୍ତ କଲେ ଏହି ଘଟଣା ଉପରୁ ପରଦା ହଟିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏବେ ସୁଧା ଏହି ଘଟଣା ରେ ୩୫ ରୁ ଅଧିକ ଜଣଙ୍କୁ ପଚରା ଉଚରା କରିଛି ତଦନ୍ତ କାରୀ ଟିମ । ଆଦିତ୍ୟଙ୍କ ପତ୍ନୀଙ୍କ ସମେତ ୩୫ ଜଣଙ୍କୁ ଜେରା କରାଯାଇଥିବା ବେଳେ ଏଯାବତ ମୃତ୍ୟୁ ଉପରୁ ପରଦା ଉଠି ପାରିନାହିଁ । ଫରେନସିକ ଲ୍ୟାବକୁ ପାଠ ଯାଇଥିବା ୪ ପୃଷ୍ଠା ସୁଇସାଇଡ଼ ନୋଟର ହସ୍ତାକ୍ଷର ରିପୋର୍ଟକୁ ଅପେକ୍ଷା କରିଛନ୍ତି ତଦନ୍ତକାରୀ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.