ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ନାବାଳକ ମୃତ

ସମ୍ବଲପୁର: ପାଣିରେ ବୁଡ଼ି ୨ ନାବାଳକ ମୃତ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଭିଏସଏସ କଲୋନୀରେ ଅଘଟଣ ।  ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ ।  ମୃତ୨ ନାବାଳକ ହେଲେ ଭିଏସଏସ କଲୋନିର ବାସିନ୍ଦା ଅନିଶ ନାଗଙ୍କ ପୁଅ ଏବଂ ବସଷ୍ଟାଣ୍ଡ ଫାଟକ ପାଖରେ ରହୁଥିବା ଗୋପାଳ ଶର୍ମାଙ୍କ ପୁଅ ।  ଖବର ପାଇ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାମରା ମେଡିକାଲରେ ଭର୍ତ୍ତି କରିଥିଲେ ।  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।  ଗୋବିନ୍ଦପୁର ପୋଲିସ ୨ ଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

You might also like