ଭଦ୍ରକ ରେଳ ଷ୍ଟେସନରୁ ଭୁବନେଶ୍ୱରର ନିଖୋଜ ଶିଶୁ ଉଦ୍ଧାର

child rescueଭଦ୍ରକ: ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରୁ ନିଖୋଜ ଦୁଇ ଶିଶୁଙ୍କୁ ଆଜି ଭଦ୍ରକ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡ ଲାଇନ୍। ଗତ ୧୬ ତାରିଖ ଦିନଠୁ ସେମାନଙ୍କର କୌଣସି ସନ୍ଧାନ ମିଳି ନଥିଲା। ସେମାନେ ରହୁଥିବା ବସ୍ତିରେ ଖେଳୁଥିବା ବେଳେ ସନ୍ଧ୍ୟାରୁ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ବି ଦୁହିଁଙ୍କର କୌଣସି ସନ୍ଧାନ ମିଳି ନଥିଲା। ଏନେଇ ପରିବାର ଲୋକ ଇନଫୋସିଟି ଥାନାରେ ନିଖୋଜ ମାମଲା ଦାୟର କରିଥିଲେ। ସେପଟେ ଉଦ୍ଧାର ଦୁଇ ଶିଶୁଙ୍କୁ ଆଣିବା ପାଇଁ ଭଦ୍ରକ ଯିବ ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ। ଏନେଇ ଭଦ୍ରକ ସିଡବ୍ଲ୍‌୍ୟୁସିକୁ ଚିଠି ଲେଖିବ ଖୋର୍ଦ୍ଧା ସିଡବ୍ଲ୍ୟୁସି । ସେମାନଙ୍କର ବାପା-ମାଆଙ୍କ ଉପସ୍ଥିତିରେ ଦୁଇ ପିଲାଙ୍କୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.