ପାରାଦୀପ: ଖେଳୁ ଖେଳୁ ଚାଲିଗଲା ଜୀବନ, କେନାଲରେ ଖସିପଡି ୨ ଶିଶୁ ମୃତ

ପାରାଦୀପ(କେନ୍ଯୁଜ୍): ଖେଳୁ ଖେଳୁ ଚାଲିଗଲା ଜୀବନ । କେନାଲରେ ଖସି ପଡି ୨ ଶିଶୁ ମୃତ । ପାରାଦୀପ ସହର ଅଠରବାଙ୍କି ଲକପଡା ବସ୍ତିର ଅଭାବନୀୟ ଘଟଣା । ମୃତକ ହେଲେ ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଓ ବୁଦ୍ଧଦେବ ଦାସଙ୍କ ୪ ବର୍ଷର ଝିଅ । ସୂଚନା ଅନୁଯାୟୀ, ୨ଜଣ ଶିଶୁ ତାଳଦେଣ୍ଡା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡିଥିଲେ ।

ଏସମ୍ପର୍କରେ କେହି ଜାଣିନପାରିବାରୁ କିଛି ସମୟରେ ଚାଲିଗଲା ୨ ଶିଶୁଙ୍କ ଜୀବନ । କିଛି ସମୟ ପରେ ଗାଧୋଇବାକୁ ଯାଇଥିବା କିଛି ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଡାକ୍ତରଖାନା ଓ ଲକପଡା ବସ୍ତିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.