କଳାହାଣ୍ଡି କୁଟରୁଗୁଡାରେ ଅଘଟଣ: ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ

କଳାହାଣ୍ଡି(କେନ୍ଯୁଜ୍): ପୋଖରୀରେ ବୁଡି ଗଲା ଦୁଇ ଶିଶୁଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ କୁଟରୁଗୁଡାରେ ଅଘଟଣ ଘଟିଛି। ମୃତ ଦୁଇ ଶିଶୁ ହେଲେ କସ୍ମିତା ମାଝୀ ଓ ସୁଶାନ୍ତ ମାଝୀ । ବାପା ମାଆ ଚାଷଜମିରେ କାମ କରୁଥିବାବେଳେ ଦୁଇ ଶିଶୁ ପୋଖରୀ ନିକଟକୁ ଚାଲିଯାଇଥିଲେ ।

କିଛି ସମୟ ପରେ ଶିଶୁଙ୍କୁ ନପାଇ ଖୋଜାଖୋଜି କରିଥିଲେ ପରିବାର ଲୋକ । ପରେ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.