ବଲାଙ୍ଗିର ପାଟଣାଗଡ଼ ପାଢ଼େଲ ଗାଁରେ ଅଘଟଣ, ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର

ବଲାଙ୍ଗିର : ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର । ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାଢ଼େଲ ଗାଁରେ ଘଟିଛି ଘଟଣା । ଦୁଇ ଜଣ ଶିଶୁ ଖେଳୁଥିବା ବେଳେ କୌଣସି ଜିନିଷ ବିସ୍ଫୋରଣ ହୋଇଥିଲା । ଘଟଣାରେ ଦୁଇ ଜଣ ଶିଶୁ ଗୁରୁତର ହୋଇଛନ୍ତି ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସର ତଦନ୍ତ ଆରମ୍ଭ ।
ସେହିପରି କିଛି ଦିନ ପୂର୍ବରୁ ଜଗତସିଂହପୁର ବଡ଼ବାଗରେ ଭୟଙ୍କର ବାଣ ବିସ୍ପୋରଣ ହୋଇଥିଲା । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ପୂରା ଅଞ୍ଚଳ । ଶବ୍ଦ ଶୁଣି ଲୋକେ ପହଞ୍ଚି ଦେଖିଥିଲେ ଘର ଛାତ ଉଡିଯାଇଛି । ଅସବାବପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା । କିଛି ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା ଖଣ୍ଡବିଖଣ୍ଡିତ ମୃତ ଦେହ ।
ବଡ଼ବାଗ ଗାଁର ସୁଶୀଲ ଦାସଙ୍କ ବଡ଼ପୁଅ ରାଜେଶ ଓ ତାଙ୍କ ପତ୍ନୀ ଘର ଭିତରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ବଖରାରେ ଶୋଇଥିବା ତାଙ୍କ ସାନପୁଅ ପରେଶ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଗୁରୁତର ହୋଇଥିଲେ ।
Also read: ବାଣ ନା ବିସ୍ଫୋରକ ? ଭୟଙ୍କର ବିସ୍ଫୋରଣରେ ଉଡିଲା ଛାତ : ୨ ମୃତ, ଦୁଇ ଗୁରୁତର