ଆଳିରେ ତୋରଣ ପୋତିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨ ମାସ ପାଇଁ ୧୬୩ ଧାରା ଲାଗୁ

ଆଳି:  ଆଳିରେ ନୂଆବର୍ଷ ହୋଡିଂ ଲଗାଇବାକୁ ନେଇ ରାଜନୈତିକ ସଂଘର୍ଷ । ଦୁଇ ମାସ ପାଇଁ BNSSର ୧୬୩ ଧାରା ଲାଗୁ ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଦୁର୍ଗାମଣ୍ଡପ ଛକରେ ୧୬୩ ଧାରା ଲାଗୁ ହୋଇଛି ।  ଏକ ରାଜନୈତିକ ଦଳ ନୂଆବର୍ଷ ହୋଡିଂ ଲଗାଉଥିବାବେଳେ ଅନ୍ୟ ଏକ ଦଳ ଏହାକୁ ବିରୋଧ କରିଥିଲେ ।  ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ଉଭୟ ଦଳ । ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ BNSSର163ଧାରା ଲାଗୁ ହୋଇଛି ।  ଅପ୍ରୀତିକର ପରିସ୍ଥିତି ଏଡେଇବାକୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।