ରାଜ୍ୟ

ରାଉରକେଲାର ଦୁଇ ଆକ୍ରାନ୍ତ ହେଲେ ସୁସ୍ଥ, ଓଡ଼ିଶାରେ ସୁସ୍ଥ ସଂଖ୍ୟା ପହଁଚିଲା ୪୧ରେ

କେନ୍ୟୁଜ(ବ୍ୟୁରୋ):ପୁଣି ଖୁସି ଖବର। ରାଉରକେଲାର ଦୁଇ ଆକ୍ରାନ୍ତ ହେଲେ ସୁସ୍ଥ, ସୁସ୍ଥ ସଂଖ୍ୟା ପହଁଚିଲା ୪୧ରେ। ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ଆଜି ସେମାନଙ୍କର ନମୂନା ପରୀକ୍ଷା କରାଯାଇଥିଲା। କିନ୍ତୁ ତାହା ନେଗେଟିଭ ଆସିଛି ।

କିଛି ସମୟ ପୂର୍ବରୁ  ଯାଜପୁର ଜିଲ୍ଲାରୁ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ଜାଗାର । କଟକଟା ଅଞ୍ଚଳରୁ ଏ ସମସ୍ତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ଏଠାରୁ ୬ ଜଣ ଚିହ୍ନଟ ହୋଇଥିଲେ । ଏହା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରି ଦିଆଯାଇଥିଲା । ଦଶରଥପୁର ବ୍ଲକ୍‌ର ଏହି ଅଞ୍ଚଳରେ ୨୬୯ଟି ପରିବାର ରହୁଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । । ସେହିପରି ଗୋଟିଏ ଅଞ୍ଚଳରୁ ପଜେଟିଭ୍‌ ଚିହ୍ନଟ ହେବାରେ ମଧ୍ୟ କଟିକଟା ସର୍ବାଧିକ । ସମସ୍ତେ କୋଲକାତା ଫେରନ୍ତାଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି ।ଏହି ନୂଆ ୧୪ ଜଣ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍‌ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ଏହି ୧୪ ଜଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍‌ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ହୋଇଛି । କେବଳ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଯାହା ଖୋର୍ଦ୍ଧା ଜିଲ୍ଲା ପରେ ସର୍ବାଧିକ । ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଏବଂ କଣ୍ଟେନମେଣ୍ଟରେ ବ୍ୟାପକ ଟେଷ୍ଟିଂ ଯୋଗୁଁ ଆକ୍ରାନ୍ତଙ୍କୁ ଚିହନଟ କରାଯାଇ ପାରିଛି ବୋଲି ସଞ୍ଜୟ ସିଂହ କହିଛନ୍ତି । ଯାହା ସରକାରଙ୍କ ପ୍ରସ୍ତୁତି ଯୋଗୁଁ ସମ୍ଭବ ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago