ନାଳରେ ବୁଡ଼ି ଦୁଇ ସମ୍ପର୍କୀୟ ଉଭଣୀଙ୍କ ମୃତ୍ୟୁ

ନାଳରେ ବୁଡ଼ି ଦୁଇ ସମ୍ପର୍କୀୟ ଉଭଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ରାହାସ ଗୁହାଳି ଗାଁରେ ଘଟିଛି ଘଟଣା ।

ଯାଜପୁର ଟାଉନ : ନାଳରେ ବୁଡ଼ି ଦୁଇ ସମ୍ପର୍କୀୟ ଉଭଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ରାହାସ ଗୁହାଳି ଗାଁରେ ଘଟିଛି ଘଟଣା । ମୃତ ଦୁଇ ଉଭଣୀ ମୋହିନୀ ମଲ୍ଲିକ ଓ ସ୍ବର୍ଣ୍ଣପ୍ରଭା ମଲ୍ଲିକ । ହନୁମନ୍ତିଆ ଗଣ୍ଡରେ ଗାଧେଇବାକୁ ଯାଇଥିଲେ । କୌଣସି କାରଣରୁ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ ।

ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛି ଅଳକୁଣ୍ଡ ଥାନା ପୋଲିସ ।

Leave A Reply

Your email address will not be published.