ବେଲଗଡ଼ ପାହାଡ଼ ଉପରେ ୧୫ ଏକରରୁ ଉର୍ଦ୍ଧ୍ୱ ଜମିରେ ହୋଇଥିବା ଦୁଇକୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲାରେ ପାଟପୁର ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଛି। ସାନଖେମୁଣ୍ଡିର ଝରଣ ଦାବାଡ଼ ବେଲଗଡ଼ର ପାହାଡ଼ ଉପରେ ୧୫ ଏକରରୁ ଉର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ୪୫ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହାର ଆନୂମାନିକ ମୂଲ୍ୟ ପ୍ରାୟ ଦୁଇକୋଟି ଟଙ୍କା ହେବ ବୋଲି ପୋଲିସ କହିଛି।

ଚଢଉ ସମୟରେ ସାନଖେମୁଣ୍ଡି ତହସିଲଦାର, ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ, ପାଟପୁର, ସୋରଡା, ଧରକୋଟ ଓ ଶେରଗଡ଼ ଆଇଆଇସି ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ଏନେଇ ଅବକାରୀ ଓ ପୋଲିସ ପକ୍ଷରୁ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.