ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ

ବଲାଙ୍ଗିର(କେନ୍ୟୁଜ୍): ପଶ୍ଚିମ ଓଡ଼ିଶାରେ ପୁଣି ତେଜିିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି। ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୁଇ ଦିନିଆ ବନ୍ଦ ପାଳନ କରାଯାଉଛି। ଆଜି ଓ ଆସନ୍ତାକାଲି ଏହି ବନ୍ଦ ପାଳନ କରିବାକୁ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ଫଳରେ ବ୍ୟାଙ୍କ, ସରକାରୀ କାର‌୍ୟ୍ୟାଳୟ , ସ୍କୁଲ ଓ କଲେଜ ବନ୍ଦ ରହିଛି। ଗାଡି ମୋଟର ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି। ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତବାନୀ ଦିଆଯାଇଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ସଙ୍ଘଠନ ପକ୍ଷରୁ ସମର୍ଥନ କରାଯାଇଛି।