ରାଜ୍ୟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ ରାୟ ।

ସୂଚନା ଅନୁସାରେ ବାହାନାଗା ରେଳ ଦୁର୍ଘଟଣାର ଡି ଏନ ଏ ରିପୋର୍ଟ ଆସିଲା ପରେ ଚିହ୍ନଟ ହୋଇଥିବା ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ବିହାର ଏବଂ ଝରଖଣ୍ଡର ଦୁଇ ପରିବାର ମୃତ ଶରୀରକୁ ଜନ୍ମମାଟିକୁ ନ ନେଇ ଏଇଠି ସତ୍କାର କରିବା ପାଇଁ ଅନୁରୋଧ କରିବାରୁ ମୃତଦେହ ଗୁଡିକର ଭୁବନେଶ୍ୱର ସତ୍ୟ ନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସରେ ମୋଟ ୮୧ଟି ମୃତଦେହକୁ ସଂରକ୍ଷିତ କରାଯାଇଥିବା ବେଳେ ସେ ଭିତରୁ ୧୯ଟି ଚିହ୍ନଟ ହୋଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଉଭୟ ଝାଡଖଣ୍ଡ ଓ ବିହାରର ଦୁଇଟି ପରିବାର ଏତେ ଦୂର ମୃତଦେହକୁ ନେବାକୁ ଆଗ୍ରହୀ ନହେବାରୁ ସତ୍ୟ ନଗର ଶ୍ମଶାନରେ ହୋଇଛି ଶେଷକୃତ୍ୟ।

Barsha

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

8 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

10 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

14 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

16 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

21 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

29 mins ago