୧୬ ଜାତୀୟ ରାଜପଥ ଟାଙ୍ଗି ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ଟାଙ୍ଗି : ୧୬ଜାତୀୟ ରାଜପଥ ଟାଙ୍ଗି ଚାନ୍ଦପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମୃତ , ଜଣେ ଗୁରୁତର। ୩ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ ଚାନ୍ଦପୁର ଅଭିମୁଖେ ଆସୁଥିବା ବେଳେ ଚାନ୍ଦପୁର ବାଇପାସ ନିକଟରେ ଭାରସାମ୍ୟ ହରାଇ ସାଇଟ ୱାଲକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ କୁହୁଡି ର ଦୁଇ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧନୟାଗଡ଼ ଗ୍ରାମର ର ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତ ୨ ଯୁବକ ହେଲେ ଟାଙ୍ଗି ଥାନା ଅର୍ନ୍ତଗତ କୁହୁଡି ଦଳବେହେରା ସାହିର ସ୍ୱାଧୀନ ଜେନା (୨୭) ପିତା -ନିରଞ୍ଜନ ଜେନା,ପବିତ୍ର ଦଳେଇ(୨୫) ପିତା -ବସନ୍ତ ଦଳେଇ । ଗୁରୁତର ଯୁବକ ହେଲେ ପପୁ ଜେନା (୨୪) ପିତା ଅମୁଲ୍ୟ ଜେନା କନ୍ଧନୟାଗଡ଼ ଗ୍ରାମର ହୋଇଥିବା ଜଣାପଡିଛି ।