ଶୌଚ ହେବାକୁ ଯାଉଥିବା ସମୟରେ ଘଟିଲା ଅଘଟଣ,ସାପ କାମୁଡ଼ାରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଘଟିଛି ଅଘଟଣ । ସାପ କାମୁଡ଼ାରେ ଚାଲିଯାଇଛି ଜଣଙ୍କ ଜୀବନ। ସୂଚନା ଅନୁସାରେ ରଣିପଥର ଗ୍ରାମର ବାସିନ୍ଦା ହେଉଛନ୍ତି ଚମ୍ପେଶ୍ୱର ବେହେରା । ବୟସ ୪୮ । ଗତକାଲି ରାତ୍ରିରେ ସେ ଶୌଚ ଯାଇଥିଲେ ଆଉ ଏହି ସମୟରେ ଏକ ବିଶାକ୍ତ ସର୍ପ ଉକ୍ତ ବ୍ୟକ୍ତିଙ୍କୁ କାମୁଡି ଦେଇଥିଲା । ଏହାପରେ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ।
ସେ ଘରକୁ ଆସି ତାଙ୍କୁ ସାପ କାମୁଡ଼ି ଥିବା ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ସମୟ ବ୍ୟବଧାନରେ ଚମ୍ପେଶ୍ୱରଙ୍କ ଶରୀର ଜଳା ପୋଡ଼ା ହେଲା । ଏହାପରେ ପରିବାର ଲୋକେ ତାଙ୍କୁ ବିଳମ୍ବ ନକରି ଫୁଲବାଣୀ ଚିକିତ୍ସାଳୟକୁ ନେଇ ଆସିଥିଲେ । ଏହା ପରେ ଚିକିତ୍ସାଧୀନ ଅବସ୍ଥାରେ ଚମ୍ପେଶ୍ୱରଙ୍କ ମୃତ୍ୟୁ ହୋଇଥିଲା ।