ସମ୍ବଲପୁର : ବିଷାକ୍ତ ମଦ ପିଇ ୨ ମୃତ

ସମ୍ବଲପୁର : ବିଷାକ୍ତ ବିଦେଶୀ ମଦ ପିଇ ୨ ମୃତ। ସମ୍ବଲପୁର ନାକଟି ଦେଉଳ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ୨ ମୃତକଙ୍କ ମଧ୍ୟରେ ଗାଁର ଜଣେ ଗ୍ରାମରକ୍ଷୀ ରହିଛନ୍ତି । ଅନ୍ୟଜଣେ ଗୁରୁତର ଫକୀର ଖୁରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ଫକୀର କବାଟ ଖୋଲିବା ପରେ ଘର ଆଗରେ ଏକ ପ୍ୟାକେଟ ଥିବା ପାଇଥିଲେ। ଏଥିରେ ବିଦେଶୀ ମଦ ଓ ଆଉ କିଛି ଖାଇବା ସାମଗ୍ରୀ ରହିଥିଲା। ପରେ ତିନି ଜଣ ମିଶି ମଦକୁ ପିଇବା ପରେ ଝାଡ଼ାବାନ୍ତି ଓ ମୁଣ୍ଡ ବୁଲାଇଥିଲା। ପରେ ସେମାନଙ୍କୁ ପ୍ରଥମେ ନାକଟି ଦେଉଳ ଓ ପରେ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ସେମାନଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଫକୀର ଗୁରୁତର ରହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ।