ସୋର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

ବାଲେଶ୍ବର : ସୋର ରେଳ ଷ୍ଟେସନରେ ଅଘଟଣ । ଟ୍ରେନରେ କଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗତ ରାତିରେ ଟ୍ରେନ ଲାଇନ ଉପରେ ଜଣେ ଅଜଣା ବୃଦ୍ଧକଙ୍କର ମୃତ୍ୟୁ ହୋଇଥିଲା । ଆଜି ଭୋର ସମୟରେ ବେଙ୍ଗଲୁରୁ ଗୌହାଟୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଅନ୍ୟ ଜଣେ ଅଜଣା ଯୁବକଙ୍କର ମୃତ୍ୟୁ ଘଟିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବାଲେଶ୍ୱର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.