ରାଜ୍ୟ

ଜାଗରରେ ଅଘଟଣ: ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର

ମୋହନା (କେନ୍ୟୁଜ): ଶ୍ୱାସରୁଦ୍ଧ ହୋଇ ୨ ମୃତ। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର। ମୃତକ ଦୁଇ ଜଣ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ ଜେନେରେଟର ଲଗାଯାଇଥିଲା। ସେହି ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନାଥାଉକି, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟମାନେ ଆଉ ଉଠି ନଥିଲେ । ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ରହିଛି।

Barsha

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago