ସରକନ୍ତରା ରେଳ ଫାଟକ ନିକଟରେ ଅଘଟଣ, ଗେଟ ନଖୋଲିବାରୁ ଗେଟ୍ କିପରଙ୍କୁ ପିଟିଲେ ଦୁଇ ମଦ୍ୟପ
ଭୁବନେଶ୍ବର: ଭୁବନେଶ୍ବର ସରକନ୍ତରା ରେଲୱେ ଫାଟକ ନିକଟରେ ଅଘଟଣ । ବିଳମ୍ବିତ ରାତିରେ ଗେଟ ନଖୋଲିବାରୁ ବାଇକ ଜାଳିଦେଲେ ଦୁର୍ବୃତ୍ତ । ଗେଟ୍ କିପରଙ୍କୁ ମାଡ଼ ମାରିବା ସହ ୨ଟି ବାଇକ ପୋଡ଼ିଦେଇଛନ୍ତି । ଅଗ୍ନିକାଣ୍ଡରେ ସିଗ୍ନାଲ ବକ୍ସ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସିଗନାଲ ଫେଲ ଯୋଗୁ ସବୁ ଗାଡି ବିଳମ୍ବରେ ଚାଲିଛି ।
ଖବର ଅନୁଯାୟୀ, ରାତିରେ ଫାଟକ ଖୋଲିବା ନେଇ ଗଣ୍ଡଗୋଳ କରି ରେଳ କର୍ମଚାରିଙ୍କ ବାଇକରେ ନିଆଁ ଲଗାଇ ଦେଇଥିଲେ । ଏହି ନିଆଁ ସିଗନାଲ ବାକ୍ସରେ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଯାହା ଫଳରେ ରେଳ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ସିଗନାଲ ଫେଲ ଯୋଗୁ ସମସ୍ତ ଟ୍ରେନ୍ ବିଳମ୍ବରେ ଚାଲିଛି । ଏପଟେ ଏହି ଘଟଣା ପରେ ଦୁଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି ।