ସଙ୍କଟରେ ଗଜରାଜ: ଟ୍ରକ ଧକ୍କାରେ ଚାଲିଗଲା ୨ ହାତୀଙ୍କ ଜୀବନ, ଗୋଟେ ଗୁରୁତର

କେନ୍ଦୁଝର (କେନ୍ୟୁଜ୍): ସଙ୍କଟରେ ଗଜରାଜ। ଟ୍ରକ ଧକ୍କାରେ ଚାଲିଗଲା ୨ ହାତୀଙ୍କ ଜୀବନ। ଆଉ ଗୋଟିଏ ହାତୀ ଗୁରୁତର ଆହତ ହୋଇଛି। କେନ୍ଦୁଝର ଘଟଗାଁ ବନାଞ୍ଚଳ ଅଧୀନସ୍ଥ ବାଲିଯୋଡି ଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ୧୦ଟି ହାତୀ ପଲ ଏନଏଚ୍-୨୦ ପାର ହେଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମାଆ ଓ ଛୁଆ ହାତୀଙ୍କ ଜୀବନ ଚାଲିଯାଇଥିଲା। ଆଉ ଏକ ମାଇ ହାତୀ ଏବେବି ରାସ୍ତା ଉପରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଛି। ଆହତ ହାତୀର ଗର୍ଜନ ଶୁଣି ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ବନବିଭାଗକୁ ଖବର ଦେଇଥିଲେ। ହାତୀଟିକୁ ଚିକିତ୍ସା ପାଇଁ ପଠାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରୁ ଟ୍ରକ ସହ ହେଲପରକୁ ପୋଲିସ ଅଟକ ରଖିଛି।