ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟର, ୨ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସକୁ ବଡ ସଫଳତା। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ମୃତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ପୋଲିସ-ମାଓବାଦୀ ଗୁଳିବିନିମୟ ହୋଇଛି। କାଲୋପଲ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଦାନ୍ତେୱାଡାର DRG ଜବାନ ଅପରେସନ୍‌ ଆରମ୍ଭ କରିଥିଲେ।

ଉଭୟ ପଟୁ ଗୁଳି ବିନିମୟରେ ୨ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୧୦ରୁ ଅଧିକ ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ମୃତ ମହିଳା ମାଓବାଦୀ ଇଜେ ମରକୋମ ନାଁରେ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ଘଟଣାସ୍ଥଳରୁ ୨ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଘଟଣା ପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ଦନ୍ତେୱାଡା SP ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.