କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣା : ଦୁଇ ବନ କର୍ମଚାରୀ ନିଲମ୍ବିତ ଓ ଏସିଏଫ୍‌ଓଙ୍କୁ ନୋଟିସ୍‌

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ । ସେମାନେ ହେଲେ କୁଲଡିହ ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ଓ ଗାର୍ଡ ଲାଲମୋହନ ସିଂ । କାର୍ଯ୍ୟରେ ଅବହେଳା ଯୋଗୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ଏସିଏଫ୍‌ଓ ଲକ୍ଷ୍ମଣ ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ବାଲେଶ୍ୱର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା । ଗତ ୫ ତାରିଖରେ କୁଲଡିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । କିଛି ଶିକାରୀ ମାନେ ହାତୀର ଦାନ୍ତ ଉପାଡ଼ି ନେଇଥିଲେ । ଏହାପରେ ବନ ବିଭାଗ ଘଟଣାର ତଦନ୍ତ କରି ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିଥିଲେ ।