ରାଜ୍ୟ

ନକଲି ସୁନା ଶଙ୍ଖ ଦେଇ ଠକୁଥିବା ବେଳେ ମାଡ଼ି ବସିଲା ପୋଲିସ୍‌, ଦୁଇ ଠକ ଗିରଫ

କୋରାପୁଟ (କେନ୍ୟୁଜ): ଦିନକୁ ଦିନ ଠକାମିକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଲୋକମାନେ ଟଙ୍କା ଲୁଟିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି । ତେବେ ଦୁଇ ଜଣ ଠକ ଲୋକଙ୍କୁ ଲୁଟିବା ପାଇଁ ଏକ ଭିନ୍ନ ଉପାୟ ଆପଣାଇଥିଲେ, ଯାହା ବିଷୟରେ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇ ବସିବେ । କିନ୍ତୁ ଠକମାନଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ପୋଲିସ । ଠକମାନେ ଲୋକଙ୍କୁ ନକଲି ସୁନା ଶଙ୍ଖ ଦେଖାଇ ଲୁଟିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପୋଲିସ ଜାଲରେ ଫସି ଏବେ ଗିରଫ ହୋଇଛନ୍ତି । ନକଲି ସୁନା ଶଙ୍ଖ ଦେଇ ଲୋକଙ୍କୁ ଠକୁଥିବା ଠକ ଦଳର ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ପିତଳରେ ନିର୍ମିତ ପ୍ରାୟ ୪ କେଜି ଓଜନର ଶଙ୍ଖ ସହ ୫୦ ହଜାର ଟଙ୍କା ଜବତ ହୋଇଛି ।

ତେବେ କୋରାପୁଟ ସଦର ଥାନା ପୋଲିସକୁ ମିଳିଛି ଏଭଳି ସଫଳତା । ନକଲି ସୁନା ଶଙ୍ଖ ଦେଇ ଚାରି ଲକ୍ଷ ୩୫ ହଜାର ଟଙ୍କାରେ ବିକ୍ରି କରି ଠକେଇ କରିଥିବା ଦୁଇ ଠକ ବର୍ତ୍ତମାନ ଗିରଫ ହୋଇଛନ୍ତି । କୋରାପୁଟ ସଦର ପୋଲିସ ଏ ଦୁଇ ଠକଙ୍କୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସଡିପିଓ ସୂଚନା ଦେଇଛନ୍ତି ।

ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଚିତ୍ରସେନ ଖୋସଲାର ଘର କୋରାପୁଟ ବ୍ଳକର ଲିଟି ମାଳି ଗୁଡାର ଏବଂ ଅନ୍ୟ ଜଣ ଠକର ନାଁ ହେଉଛି ମାନସ ଖରା, ଯିଏ କି ବୋରିଗୁମ୍ମା ବ୍ଳକର ବି ସିଂପୁର ଥାନା ଭାଲିଆ ଗୁଡ଼ା ଗ୍ରାମରେ ରହୁଛି ବୋଲି ପୋଲିସ କହିଛି । ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ଏଭଳି ଅନ୍ୟ କାହାକୁ ଠକିଛନ୍ତି କି ? ସେଥିନେଇ ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ଶ୍ରାବଣୀ ନାୟକ କହିଛନ୍ତି ।

ଲୁଟ କରିବା ପାଇଁ ଠକମାନେ ଏମିତି ଉପାୟ ଆପଣାଉଛନ୍ତି ଯେ ସାଧାରଣ ଲୋକ ଠକ ଓ ବ୍ୟବସାୟୀଙ୍କୁ ଚିହ୍ନି ପାରୁ ନାହାନ୍ତି । ଠକଙ୍କ ଜାଲରେ ଫସି ଯାଉଛନ୍ତି ନୀରିହ ଜନତା । ତେବେ ଆପଣଙ୍କୁ ଯଦି କେହି ଏମିତି ସୁନା ଜିନିଷ ଦେଖାଉଛି ତେବେ ଏହାକୁ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ । ନଚେତ୍‌ ଆପଣ ବି ଠକାମିର ଶିକାର ହେବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago