ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ରେଢାଖୋଲ: ବିଦ୍ୟୁତ ଖୁଣ୍ଟରେ ପିଟିହେଲା ବାଇକ୍ । ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ରେଢାଖୋଲ-ନାକଟିଦେଉଳ ରାସ୍ତାର ପେଣ୍ଠବାହାଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଘୋଷରାମାଳର ସୁମନ ଡୋଙ୍ଗି ଓ କୁମାଳ ଗାଁର ଶୁଭମ ନାଏକ । ଦୁଇ ଜଣ ସାଙ୍ଗ ବାଇକରେ ରେଢାଖୋଲ ରୁ ଦେବଗଡ ଯାଉଥିବାବେଳେ ରାସ୍ତାକଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲେ । ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

 

 

ଆହୁରି ପଢ଼ନ୍ତୁ : ଗଛକୁ ଧକ୍କାଦେଇ ଦୋକାନ ଉପରେ ମାଡିଗଲା ଟ୍ରକ, ଡ୍ରାଇଭର ଫେରାର