ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚକା ତଳେ ଚାପି ହୋଇ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ସୋର : ଟ୍ରାକ୍ଟର ତଳେ ଚାପି ହୋଇ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଗୋପାଳ ପୁର ଥାନା ତାଳକୁରୁଣିଆ ପଂଚାୟତ ତାଳକୁରୁଣିଆ ଗାଁରେ ଏପରି ଘଟଣା ଘଟିଛି । ମୃତକ ହେଲେ ବାହାନଗା ବ୍ଲକ ତାଳକୁରୁଣିଆ ଗାଁର ଶାସିକାନ୍ତ ମଳିକଙ୍କ ପୁଅ ସତ୍ୟଜିତ ମଳିକ ଓ ଦିଲୀପ ପାଣିଗ୍ରାହୀଙ୍କ ପୁଅ ଦିନେଶ ପାଣିଗ୍ରାହୀ ।
ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଗୋପାଳପୁର ଥାନା ତାଳକୁରୁଣିଆ ଗାଁର ଶାସିକାନ୍ତ ମଳିକଙ୍କ ପୁଅ ସତ୍ୟଜିତ ମଳିକ ଓ ଦିଲୀପ ପାଣିଗ୍ରାହୀଙ୍କ ପୁଅ ଦିନେଶ ପାଣିଗ୍ରାହୀ ବିଲକୁ ଧାନ ଆଣିବାକୁ ଏକ ଟ୍ରାକ୍ଟରରେ ବସି ଯାଉଥିଲେ । ଟ୍ରାକ୍ଟରଟି ରାସ୍ତାରୁ ବିଲକୁ ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଜଣଙ୍କ ଉପସ୍ଥିତ ବୁଦ୍ଧି ଲଗାଇ ଗାଡିରୁ ଡେଇଁ ପଡିଥିଲା । ତେବେ ଦୁଇସାଙ୍ଗ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ଆହୁରି ପଢ଼ନ୍ତୁ : ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଗିରଫ, ଟଙ୍କା ସହ ଧରାପଡ଼ିବା ପରେ ୫ଟି ସ୍ଥାନରେ ରେଡ୍ ହୋଇଥିଲା