ଏକାଠି ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

ବିନିକା: ଭାରି ସାଙ୍ଗ ଥିଲେ । ସାଥୀ ହୋଇ ବସୁଥିଲେ, ବୁଲୁଥିଲେ ଆଉ ସୁଖରେ ଦୁଃଖରେ ପରସ୍ପର ପାଇଁ ସାହାସ ହୋଇ ଠିଆ ହେଉଥିଲେ । କିନ୍ତୁ ଶେଷକୁ ଏୟା ଲେଖିଥିଲା ଦଇବ ।  କିଏ ଜାଣିଥିଲା ଦୁଇ ବନ୍ଧୁ ଦିନେ ଏମିତି ସାଥି ହୋଇ ଆରପାରିକୁ ଚାଲିଯିବେ ବୋଲି । ବନ୍ଧୁର ବନ୍ଧୁତା ଏତେ ଗଭୀର ଥିଲା ଯେ ସାଥି ହୋଇ ଚାଲିଗଲେ ଅଫେରା ରାଇଜକୁ । ମଲା ପରେ ବି ଛିଡିଲାନି ବନ୍ଧୁତାର ଡୋରି । ଏକାଠି ଗୋଟିଏ ସମୟରେ ଚାଲିଗଲେ ଏ ଦୁନିଆକୁ ପର କରି । ଏମିତି ଏକ ଛାତିଥରା ଘଟଣା ଘଟିଯିବା ପରେ ଉଭୟଙ୍କ ବନ୍ଧୁତ୍ୱର କାହାଣୀ ଏବେ ସମସ୍ତଙ୍କ ମୁହଁରେ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ତରେ ବାଇକ ଦୁର୍ଘଟଣାରେ ଦୁଇ ମୃତ । ମୃତ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ(୩୮) ଓ ସଚିତ ପଧାନ(୨୫) । ଏମାନେ ଥିଲେ ଦୁଇ ସାଙ୍ଗ । ଦୁଇ ସାଙ୍ଗ ଗୋଟାଏ ବାଇକରେ କୌଣସି କାମରେ ଲଛିପୁର ଯାଉଥିବା ସମୟରେ କଟାପାଳି ଛକ ନିକଟରେ ଦୃତ ଗତିରେ ଏକ ବାଇକ ସେମାନଙ୍କୁ ପଛପଟୁ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୨ଜଣ ବ୍ୟକ୍ତିଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସଚିତ ପଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ଦୁଃଖର ବିଷୟ ବୁର୍ଲା ଯାଉଥିବା ସମୟରେ ରାସ୍ତାରେ ସଚିତ ପଧାନଙ୍କ ମୃତ୍ୟୁ ହୋଇଥିଲା । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କ ମୃତଦେହ ରଖାଯାଇଥିବା ବେଳେ ସଚିତଙ୍କ ମୃତଦେହ ବୁର୍ଲା ଡ଼ାକ୍ତରଖାନାରେ ରଖାଯାଇଛି । ଏପଟେ ରାଜେନ୍ଦ୍ର ବିବାହିତ ଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଥିବା ସୂଚନା ମିଳିଛି । ପଟେ ଖବର ପାଇ ପ୍ରଥମେ ଘଟଣାସ୍ଥଳରେ ଓ ପରେ ଡାକ୍ତରଖାନାରେ ପୋଲିସ୍ ପହଞ୍ଚି ତଦନ୍ତ କରିଛି ।

ସବୁଦିନ ପାଇଁ ବାପା,ମା, ପରିବାର ବର୍ଗ ସମସ୍ତଙ୍କୁ ଛାଡି ଚାଲିଗଲେ ରାଜେନ୍ଦ୍ର ଆଉ ସଚିତ । ଦୁର୍ଘଟଣା ପରେ ମେଡିକାଲରେ ଉଭୟଙ୍କ ପୋଷ୍ଟମଟମ ପରେ ପରିବାର ବର୍ଗଙ୍କୁ ମୃତଦେହ  ହସ୍ତାନ୍ତର କରାଯିବ । ଏହାପରେ ଦୁଇ ସାଙ୍ଗଙ୍କ ଜୁଇ ଜଳିବ । ତେବେ ଦୁଇ ଜଣଙ୍କୁ ହରାଇ ଏବେ ଝୁରି ହେଉଛନ୍ତି ପରିବାର ଓ ଗ୍ରାମବାସୀ । କିଏ ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି ଯେ ଏବେ ଆରପାରିରେ ଦୁଇ ବନ୍ଧୁ ।  ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ସମସ୍ତଙ୍କୁ ଛାଡି ଆରପାରିକୁ ଏମିତି ଅକସ୍ମାତ୍‌ ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିନ୍ତୁ ସମସ୍ତଙ୍କ ମୁଁହରେ ଗୋଟି ଶବ୍ଦ ଏମାନେ ଗୋଟେ ଜନ୍ମର ନୁହେଁ ବରଂ ଥିଲେ ସାଥି ଜନ୍ମ ଜନ୍ମର ।

ତେବେ ଏଭଳି ଦୃଶ୍ୟ ଯେବେ ଆମ ସାମ୍ନାକୁ ଆସୁଛି ଆମେ ଆପଣଙ୍କୁ ଅନୁରୋଧ କରୁ । ଟିକେ ସାବଧାନ ରୁହନ୍ତୁ ଯୁବଗୋଷ୍ଠୀ । ଗାଡି ଚଳାଇବା ସମୟରେ ସ୍ପିଡ୍ ରେ ଗାଡି ଚଳାନ୍ତୁ ନାହିଁ । ପ୍ରତିଦିନ ଏହି ଦୁର୍ଘଟଣା ପାଇଁ ଯାଉଛି ଅନେକ ଅମୂଲ୍ୟ ଜୀବନ । ତେଣୁ ନିଜେ ସତର୍କ ରୁହନ୍ତୁ ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like