ସୌମ୍ୟ ରଞ୍ଜନ କୁଣ୍ଡୁ ମୃତ୍ୟୁ ମାମଲାରେ ଦଣ୍ଡାଦେଶ, ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର : ସୌମ୍ୟ ରଞ୍ଜନ କୁଣ୍ଡୁ ମୃତ୍ୟୁ ମାମଲାରେ ଦଣ୍ଡାଦେଶ କରିଛନ୍ତି କୋର୍ଟ । ଦୁଇ ଜଣଙ୍କୁ ଦେଇଛନ୍ତି ଆଜୀବନ କାରା ଦଣ୍ଡାଦେଶ । ଦୁଇ ଅଭିଯୁକ୍ତ ହେଲେ ମନୋଜ ଦାସ, ଅଶୋକ ଦାସଙ୍କୁ । ୨୦୨୨ ଅଗଷ୍ଟ ୩୦ରେ ହୋଇଥିଲା ମୃତ୍ୟୁ କାଣ୍ଡ। ।
ଭୁବନେଶ୍ୱର ଡିସିପି ଅଫିସ ଆଗରେ ହୋଇଥଲା ମୃତ୍ୟୁ କାଣ୍ଡ । ରାତି ଦେଢ଼ଟା ସମୟରେ ମନୋଜ ଦାସ ଓ ଅଶୋକ ଦାସ ଖଣ୍ଡାରେ ନିର୍ମମ ଭାବେ ମାରି ଫେରାର ହୋଇଯାଇଥିଲେ । ଏହି ମାମଲାରେ ୧୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ମୃତ୍ୟୁ ସମ୍ପର୍କିତ ଅନେକ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ପୂର୍ବ ଶତ୍ରୁତା ଓ ପତିଆରା ପାଇଁ ମରାଯାଇଥିବା ଜଣାପଡ଼ିଛି।