ଗୋଚର ଜମିରେ ଘର କରିବା ନେଇ ୨ ଗୋଷ୍ଠି ମୁଁହାମୁଁହି, ୧୫ ଆହତ

ମାର୍ଶାଘାଇ : ଗୋଚର ଜମିରେ ଘର କରିବା ନେଇ ୨ ଗୋଷ୍ଠି ମୁଁହାମୁଁହି ହୋଇଛନ୍ତି । ଉଭୟ ଗୋଷ୍ଠିରୁ ୧୫ ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡା ମାର୍ଶାଘାଇ ଥାନା ତୁଳସୀପୁର ଗାଁ ହରିଜନ ସାହିରେ ଏପରି ସଂଘର୍ଷ ହୋଇଛି । ଗୁରତର ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟ ପକ୍ଷରୁ ୫ଜଣଙ୍କୁ ଅଟକ ରଖିଛି ପୋଲିସ ।
ପୂର୍ବରୁ ଅଷ୍ଟପ୍ରହରୀ ନାମଯଜ୍ଞ ହେଉଥିବା ସ୍ଥାନରେ କିଛି ଲୋକ ଘର କରି ରହୁଛନ୍ତି । ଯାହାକୁ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲା । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ମାର୍ଶାଘାଇ ମେଡିକାଲ ଏବଂ ତୁଳସୀପୁର ଗାଁରେ ପୋଲିସ ପକ୍ଷରୁ ବ୍ଯାପକ ପାଟ୍ରୋଲିଂ ଜାରି ରଖିଛି ମାର୍ଶାଘାଇ ପୋଲିସ ।
ଆହୁରି ପଢ଼ନ୍ତୁ : କଟକ ପଟ୍ଟାପୋଲ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟଣା, ଫ୍ଲାଗ ମାର୍ଚ୍ଚ କଲା ପୋଲିସ