ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୋମା ମାଡ଼ରେ ୭ ଗୁରୁତର

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗୋଟିଏ ଗୋଷ୍ଠିର ବୋମା ମାଡ଼ରେ ୭ଜଣ ଗୁରୁତର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନସ୍ଥ ତଳ କାଁପଡା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି । ଆହତ ମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତ କାଲି ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଏହି ଗାଁର କିଛି ଲୋକ ରମେଶ ମଲ୍ଲିକ ଙ୍କ ଘର ପାଖରେ ଆସି ଗାଳିଗୁଲଜ କରିଥିଲେ । ତାଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ଆକ୍ରମଣ କରିବା ସହ ବୋମା ଫିଙ୍ଗିଥିଲେ । ଏଥିରେ ୭ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କ ଭିତରେ ୩ଜଣ ମହିଳା ଅଛନ୍ତି । ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

 

ଆହୁରି ପଢ଼ନ୍ତୁ :  ରାସ୍ତାକଡ଼ ଗଛରେ ପିଟିହେଲା ବାଇକ୍, ୨ ମୃତ