ବେଆଇନ୍ ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୩ ଗୁରୁତର

ଭଦ୍ରକ : ବେଆଇନ୍ ଭାବେ ଯାଉଥିବା ଗୋରୁ ବୋଝେଇ କଣ୍ଟେନରକୁ ଅଟକାଇବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ୩ଟି ଗୋରୁ ବୋଝେଇ କଣ୍ଟେନର ଯାଉଥିବାବେଳେ ଲୋକମାନେ ଖବର ପାଇ ଭଦ୍ରକ ରାଣୀତାଲ ଛକ ନିକଟରେ ଅଟକାଇଥିଲେ।

ଏଥିରେ ଉତ୍ୟକ୍ତ ହୋଇ ଗୋରୁ ବୋଝେଇ ଗାଡିକୁ ଏସକର୍ଟ ଦେଉଥିବା ମାଫିଆ ମାନେ ଆକ୍ରମଣ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚିବାବେଳେକୁ ମାଫିଆମାନେ ଗୋଟେ ଗାଡି ନେି ପଲାଇଥିଲେ। ଅନ୍ୟ ଦୁଇଟି ଗାଡିକୁ ଜବତ କରାଯାଇଛି। ଜବତ ଗାଡିରୁ ୧୯୫ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗାଡି ଗୁଡିକ କୋଲକତା ଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.