କାଜୁ ତୋଳିବାକୁ ଯିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୧୫ରୁ ଅଧିକ ଆହତ

କାକଟପୁର: ରକ୍ତାକ୍ତ ସଂଘର୍ଷ । କାଜୁ ତୋଳିବାକୁ ଯିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ମରଣାନ୍ତକ ଆକ୍ରମଣରେ ୧୫ରୁ ଅଧିକ ଆହତ । ସମସ୍ତ ଆହତଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦେବୀ ନଦୀ ମଧ୍ୟ ଭାଗରେ ଥିବା ସୁନେଇଡିଆ ନାମରେ ପରିଚିତ ସରକାରୀ ଟାପୁକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି ।
ସୂଚନା ଅନୁସାରେ ନଦୀ ମଧ୍ୟ ଭାଗରେ ଥିବା ଏହି ସରକାରୀ ଜମିକୁ ଦୀର୍ଘ ବର୍ଷ ହେବ ଅସ୍ତରଙ୍ଗ ଅଂଚଳର ବାଲିଡିଆ ଗ୍ରାମର ଗ୍ରାମବାସୀ ମାନେ ପ୍ରାୟ ୨୪ ବର୍ଷ ହେଲା ଚାଷ କରି ଆସୁଛନ୍ତି । ଏହି ସ୍ଥାନରେ ବାଲିଡିଆ ଗ୍ରାମର ଲୋକମାନେ କାଜୁ ଜଙ୍ଗଲ ସୃଷ୍ଟି କରି ସେଥିରୁ କାଜୁ ତୋଳିବା ପାଇଁ ଆଜି ସକାଳୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ଥୁତ ହୋଇ ରହିଥିବା ଜଗତ୍ସିଂହପୁର ଜିଲ୍ଲାର ତରାସାହି ଗାଁର ୨୦୦ରୁ ଅଧିକ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ । ଅସ୍ତରଙ୍ଗ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।
ଆହୁରି ପଢନ୍ତୁ: ଯାଜପୁର: ବିବାହ ଶୋଭାଯାତ୍ରାରେ ଫୁଟିଲା ଗୁଳି, ଦୁଇ ପକ୍ଷଙ୍କ ଭିତରେ ମାରପିଟ୍