୨ ହାର୍ଡକୋର ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ହାର୍ଡକୋର ମାଓବାଦୀ ନିହତ । ଗୁଣ୍ଡାରାଜଗୁଡ଼େମ ଜାଙ୍ଗଲରେ ପୋଲିସ -ମାଓବାଦୀ ବଡ଼ ଧରଣର ଗୁଳି ବିନିମୟ ହୋଇଛି । DRG ଏବଂ CRPF ର କୋବ୍ରା ଯବାନଙ୍କ ମିଳିତ କମ୍ବିଙ୍ଗ ଅପରେସନ ବେଳେ ଏନକାଉଣ୍ଟର ହୋଇଥିଲା ।
ଏଥିରେ ଜଣେ ମହିଳା ମାଓବାଦୀ ସହ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ଆଉ କିଛି ମାଓବାଦୀ ମୃତାହତ ହୋଇଥିବା ସଂଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଗତ କିଛି ଦିନ ହେଲା ଛତିଶଗଡ଼ାରେ ଜୋରଦାର ହୋଇଛି ମାଓ ନିପାତ ଅଭିଯାନ । ୬୦ ଦିନରେ ୬୭ ହାର୍ଡକୋର ମାଓବାଦୀ ନିହତ ହେଲେଣି । ଏନକାଉଣ୍ଟର ପରେ ଘଟଣା ସ୍ଥଳକୁ ଅଧିକ ଫୋର୍ସ ପଠାଯାଇଥିବା ସୁକମା SP କିରଣ ଚୌହାନ ସୂଚନା ଦେଇଛନ୍ତି ।